Saturday, July 15, 2017

Network & Log Monitoring

5 -6 year before Network security is a good to have choice for corporate, now it's a must need. As now data moves to cloud and virtualisation highly use, all worries and conscious about data security. Similarly monitoring and analytics is a good to have choice this days. But Admins and CIOs should take it seriously keeping the security breaches and recent attaches. Log monitoring and data flow analysis can help for right actions.

Friday, June 23, 2017

ଜଗନ୍ନାଥ ମନ୍ଦିର

୧-ଜଗନ୍ନାଥ ମନ୍ଦିରର ପ୍ରଥମ ଚମତ୍କାରିତା ହେଉଛି ପବନର ବିପରୀତ ଦିଗରେ ବଡ଼ଦେଉଳର ପତାକା ଉଡେ । ମନ୍ଦିରର ଉପରେ ଲଗାଯାଉଥିବା ପତାକା ପବନର ବିପରୀତ ଦିଗରେ କାହିଁକି ଉଡେ ସେ ବିଷୟରେ ବୈଜ୍ଞାନିକମାନେ ମଧ୍ୟ କହିପାରୁନାହାଁନ୍ତି । ପ୍ରତିଦିନ ସନ୍ଧ୍ୟାରେ ବଡ଼ଦେଉଳର ପତାକା ଯେତେବେଳେ ପରିବର୍ତ୍ତନ କରାଯାଏ ସେତେବେଳେ ନିର୍ଦ୍ଦିଷ୍ଟ ସେବକ ବିପରୀତ ଦିଗରେ ବଡ଼ଦେଉଳ ଉପରକୁ ଚଢି ପତକା ବାନ୍ଧନ୍ତି । ଏ ବିଷୟରେ ମଧ୍ୟ ଅନେକ ଅନଭିଜ୍ଞ ।
୨- ବିଶ୍ୱର ଏହା ହେଉଛି ଏକ ମାତ୍ର ମନ୍ଦିର ଯାହାର ଛାଇ କେବେ ପ୍ରତିଫଳିତ ହୁଏନାହିଁ ।
୩- ସେହିପରି ଶ୍ରୀମନ୍ଦିର ଉପରେ ଲାଗିଥିବା ସୁଦର୍ଶନ ଚକ୍ରକୁ ପୁରୀର ଯେଉଁ ସ୍ଥାନରେ ଛିଡ଼ାହୋଇ ଦେଖିଲେ ମଧ୍ୟ ତାହା ଆପଣ ସାମ୍ନାରେ ଛିଡ଼ା ହୋଇ ଦେଖିବା ଭଳି ଲାଗିବ । ଯାହାକୁ ନୀଳଚକ୍ର ବୋଲି ମଧ୍ୟ କୁହାଯାଏ । ଏହା ଅଷ୍ଟଧାତୁରେ ନିର୍ମିତ ।
୪- ଶ୍ରୀକ୍ଷେତ୍ର ପୁରୀର ଆଉଏକ ଚମତ୍କାରିତା ହେଉଛି ସମୁଦ୍ରର ପବନ । ଦିନରେ ଗୋଟେ ଦିଗରେ ଗତି କରୁଥିବା ବେଳେ ସନ୍ଧ୍ୟା ସମୟରେ ଏହାର ଠିକ୍ ଓଲଟା ଦିଗରେ ଗତିକରେ । ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସମୁଦ୍ରର ପବନ ସାଧାରଣତଃ ସମୁଦ୍ରଆଡୁ ସ୍ଥଳଭାଗକୁ ଆସିଥାଏ । ହେଲେ ଶ୍ରୀକ୍ଷେତ୍ରରେ ସମୁଦ୍ରର ପବନ ଓଲଟା ସ୍ଥଳଭାଗରୁ ସମୁଦ୍ର ଆଡକୁ ଗତି କରିଥାଏ ।
୫- ପୁରୀ ଶ୍ରୀମନ୍ଦିର ଉପରେ ପକ୍ଷୀ କେବେ ଉଡନ୍ତିନି । ମନ୍ଦିରର ଚତୁଃପାଶ୍ୱର୍ରେ କୌଣସି ପକ୍ଷୀ ଉଡିବାର କେହି କେବେ ଦେଖିନାହାଁନ୍ତି । ଏହା ଉପରେ ବିମାନ ମଧ୍ୟ ଉଡ଼ିପାରିବ ନାହିଁ । ଭାରତର ଅଧିକାଂଶ ମନ୍ଦିରର ଚୂଳରେ ପକ୍ଷୀମାନେ ବସିବା ଦେଖାଯାଇଥାଏ ହେଲେ ଶ୍ରୀମନ୍ଦିରର ଚମତ୍କାରିତା ହେଉଛି ଏହାର ଆଖପାଖରେ ମଧ୍ୟ ପକ୍ଷୀ ଉଡ଼ନ୍ତିନି ।
୬- ଜଗନ୍ନାଥ ମନ୍ଦିରର ସବୁଠାରୁ ବଡ଼ ଚମତ୍କାରିତା ହେଉଛି ମନ୍ଦିରର ରୋଷଘର । ଏହି ରୋଷଘରେ ୫ଶହ ରୋଷେଇଆ ଏବଂ ୩ଶହ ସହଯୋଗୀ ମହାପ୍ରଭୁଙ୍କ ପ୍ରସାଦ ପ୍ରସ୍ତୁତିରେ ନିଯୁକ୍ତ ହୋଇଥାଆନ୍ତି । ଏହି ପ୍ରସାଦକୁ ୨୦ଲକ୍ଷ ଭକ୍ତ ଖାଇପାରିବେ । ଶ୍ରୀମନ୍ଦିରରେ ହଜାରେ ଲୋକଙ୍କ ପାଇଁ ପ୍ରସାଦ ପ୍ରସ୍ତୁତ ହୋଇଥିଲେ ମଧ୍ୟ ଏହାକୁ ଲକ୍ଷେ ଲୋକ ପେଟପୂରା ଖାଇପାରନ୍ତି । ଆଉଏକ ବଡ଼ ଚମତ୍କାରିତା ହେଉଛି ଏଠାରେ ଗୋଟିଏ ମାଟି କୁଡୁଆ ଉପରେ ୭ଟି କୁଡୁଆ ରଖି ଏକାବେଳେ ପ୍ରସାଦ ପ୍ରସ୍ତୁତ କରାଯାଇଥାଏ । ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ସଭା ଉପରେ ଥିବା ମାଟି କୁଡୁଆର ପ୍ରସାଦ ପ୍ରଥମେ ପ୍ରସ୍ତୁତ ହୋଇଯାଏ ।
୭-ଜଗନ୍ନାଥ ମନ୍ଦିରର ସପ୍ତମ ଆଶ୍ଚର୍ଯ୍ୟ ହେଉଛି ସମୁଦ୍ରର ଗର୍ଜ୍ଜନ । ସମଗ୍ର ପୁରୀରେ ସମୁଦ୍ରର ଗର୍ଜ୍ଜନ ଶୁଭାଯାଉଥିଲେ ମଧ୍ୟ ସିଂହଦ୍ୱାରରେ ପାଦ ଦେବାକ୍ଷଣି ସମୁଦ୍ରର ଗର୍ଜ୍ଜନ ଆଉ ଶୁଭେନାହିଁ ।
୮- ଜଗନ୍ନାଥ ମନ୍ଦିରର ଅଷ୍ଟମ ଚମତ୍କାରିତା ହେଉଛି ପ୍ରତିଦିନ ମହାପ୍ରଭୁଙ୍କର ମୂତ୍ତିର ରୂପ ବଦଳେ । ଶ୍ରୀକୃଷ୍ଣଙ୍କୁ ଏଠି ଜଗନ୍ନାଥ ବୋଲି କୁହାଯାଏ । ଏଠି ୧୨ବର୍ଷରେ ଥରେ ନବକଳେବର ହୁଏ । ମୂର୍ତ୍ତି ପରିବର୍ତ୍ତନ ହୁଏ, ହେଲେ ଆକାର ଆଉ ଗଢଣୀ ସମାନ ରୁହେ ।
୯- ସେହିପରି ମନ୍ଦିରର ନବମ ଚମତ୍କାରିତା ହେଉଛି ଏଠାରେ ବିଶ୍ୱର ସବୁଠାରୁ ବଡ଼ ରଥଯାତ୍ରା ଅନୁଷ୍ଠିତ ହୋଇଥାଏ । ସୁନାର ଝାଡୁରେ ରଥ ଉପରେ ଛେରାପହଁରା କରାଯାଇଥାଏ । ଛେରାପହଁରା କରନ୍ତି ଠାକୁର ରାଜା ଗଜପତି ଦିବ୍ୟସିଂହ ଦେବ ।
୧୦- ଜଗନ୍ନାଥ ମନ୍ଦିରର ୧୦ମ ଚମତ୍କାରିତା ହେଉଛି ସମୁଦ୍ରଠୁ ଶ୍ରୀମନ୍ଦିରକୁ ରକ୍ଷା କରିବା । କାରଣ କୁହାଯାଏ ସମୁଦ୍ର ୩ଥର ଜଗନ୍ନାଥ ମନ୍ଦିରକୁ ଭାଙ୍ଗିଥିଲା । ଶ୍ରୀମନ୍ଦିରକୁ ସମୁଦ୍ର କବଳରୁ ସୁରକ୍ଷା ଦେବାପାଇଁ ଖାସ୍ ଏଥିପାଇଁ ନିଜେ ମହାପ୍ରଭୁ ହନୁମାନଙ୍କୁ ଶ୍ରୀମନ୍ଦିରର ୪ଦୁଆରରେ ନିୟୋଜିତ କରିଛନ୍ତି।